ପ୍ରେମର ଆକର୍ଷଣ ଅଦ୍ଭୁତ. ପ୍ରେମ କିଛି ମାନେ ନାହିଁ. ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ଦୁଇଟି ମନ ଏକ୍ ହବା ପାଇଁ ବ୍ୟାକୁଳ ହୋଇଥାନ୍ତି. ଯେକୌଣସି ପ୍ରତିବନ୍ଧକୁ ମୁକାବିଲା କରିବା ପାଇଁ ପ୍ରେମୀ ପ୍ରସ୍ତୁତ ହୋଇଯାନ୍ତି. ସୀମା,ସରହଦ ଡେଇଁ ଏକାଠି ହୋଇଯାନ୍ତି ପ୍ରେମ ଯୁଗଳ. ଆମେ କହୁଛୁ ସେଇ ଚର୍ଚ୍ଚିତ ପ୍ରେମର କଥା, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି. ନିଜ ପ୍ରେମକୁ ଶେଷରେ ସ୍ବୀକାର କରିଛି ପ୍ରେମିକା . ଆଉ ସେହି ପ୍ରେମକୁ ପାଇବା ପାଇଁ ପୋଲାଣ୍ଡରୁ ଭୁବନେଶ୍ୱର ଆସିବ ପ୍ରେମିକା. ‘ମୁଁ ତୁମକୁ ଭଲପାଏ…ପ୍ଲିଜ୍ ମତେ ରିପ୍ଲାଏ ଦିଅ…ମୁଁ ତୁମକୁ ଅପେକ୍ଷା କରିଛି…’ବାସ୍ ଏଇଠୁ ଆରମ୍ଭ କରିଛି ପ୍ରେମିକା ନିଜ ପ୍ରେମର ସ୍ୱିକାରୋକ୍ତି . ପ୍ରେମ ପ୍ରାପ୍ତି ପାଇଁ ସତେ ଯେମିତି ସେ ପାଗଳ ହୋଇଯାଇଛି. ପ୍ରଥମେ ଫେସବୁକରେ ଫ୍ରେଣ୍ଡସିପ୍ ଆଉ ତା ପରେ ପ୍ରେମ. ଏଭଳି ଭାବେ ଫେସବୁକରୁ ଆରମ୍ଭ ହୋଇଛି ପ୍ରେମ. ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିବା ପ୍ରେମକୁ ଶେଷରେ ସୋସିଆଲ ମିଡିଆ ମାଧ୍ୟମରେ ସମସ୍ତଙ୍କୁ ଜଣାଇ ନିଜ ପ୍ରେମ ଜାହିର କରିଛି ପୋଲାଣ୍ଡ ପ୍ରେମିକା. ସୂଚନା ଅନୁସାରେ, ଓଡିଆ ଯୁବକ, ଜଣେ ପୋଲାଣ୍ଡ ଝିଅକୁ ପ୍ରେମ ନିବେଦନ କରିଥିଲେ. ମାତ୍ର ଆରପଟୁ କୌଣସି ଉତ୍ତର ନ ମିଳିବାରୁ ଯୁବକ ଜଣକ ନିଜ ଫେସବୁକ୍ ଆକାଉଣ୍ଟ ଡି-ଆକ୍ଟିଭେଟ୍ କରିଦେଇଥିଲେ. ଆଉ ତା ପରେ ଭୁବନେଶ୍ୱରର ଭଅଁର ପ୍ରେମରେ ପାଗଳ ହୋଇଗଲା ପୋଲାଣ୍ଡ ପ୍ରଜାପତି. ଏକ ଭିଡିଓ ମାଧ୍ୟମରେ ସେଇ ପ୍ରଜାପତି ନିଜ ମନକଥା ପ୍ରକାଶ କରିଛି. ଓଡିଆ ଯୁବକ ପ୍ରେମରେ ସେ କିପରି ପାଗଳ ତାକୁ ବର୍ଣ୍ଣନା କରିଛି. ତେବେ ଓଡିଆ ପୁଅଟିର କଥାବାର୍ତ୍ତା କରିବାର ଶୈଳୀଠୁ ଆରମ୍ଭ କରି ତାର କୌତୁହଳିଆ ପ୍ରକୃତି ପୋଲାଣ୍ଡ ଝିଅକୁ ଶେଷରେ ଭୁବନେଶ୍ୱର ଆସିବା ପାଇଁ ବାଧ୍ୟ କରିଛି. ଆଉ ଝିଅଟି ଶେଷରେ ଓଡିଆରେ କହିଛି ‘’ମୁଁ ତୁମକୁ ଭଲପାଏ.’’.. ‘i am coming to Bhubaneswar….’

 

LEAVE A REPLY

Please enter your comment!
Please enter your name here