ବଦଳିଲା ଅଙ୍ଗନବାଡି କର୍ମୀ ଏବଂ ସହାୟିକା ନିଯୁକ୍ତି ମାନଦଣ୍ଡ । ଏ ସଙ୍କ୍ରାନ୍ତରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ୧୮ରୁ ୩୫ ବର୍ଷ ବୟସ୍କା ସର୍ବନିମ୍ନ ଦ୍ୱାଦଶ ଉତ୍ତିର୍ଣ୍ଣ ପ୍ରାର୍ଥିନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ପୂର୍ବରୁ ସର୍ବନିମ୍ନ ଯୋଗ୍ୟତା ଦଶମ ଶ୍ରେଣୀ ରହିଥିଲା ବା ଯେଉର୍ମାନେ ଦଶମ ପାସ୍ କରୁଥିଲେ ସେମାନେ ଅଙ୍ଗନବାଡି କର୍ମୀ ହୋଇପାରୁଥିଲେ । ଏଥିସହିତ ୨୧ରୁ ୪୫ ବର୍ଷ ବୟସ୍କା ମହିଳା ଅଙ୍ଗନବାଡି କର୍ମୀ ଆବେଦନ କରିପାରୁଥିଲେ । ଏବେ ଜିଲ୍ଲାସ୍ତରରେ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନେଇ ଜଣାଇବା ପାଇଁ ଚିଠିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here