ଅଗଷ୍ଟ ୬ ତାରିଖରେ ନୁଆଦିଲ୍ଲୀ ସ୍ଥିତ ଏମସ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସେ ଏକ ଧାରାରେ ଜଣେ ସୁଦକ୍ଷ୍ୟ ନେତ୍ରୀ,ଭାରତୀୟ ନାରୀର ଉପଯୁକ୍ତ ଉଦାହରଣ ଏବଂ ଗରିବଙ୍କ ସାଥି । ବିରୋଧି ମାନଙ୍କୁ ନିଜ ଭାଇ ଭଉଣୀ ପରି ବିବେଚନା କରୁଥିବା ଦରଦୀ ମାଆଙ୍କର ଅକାଳ ବିୟୋଗରେ, କେବଳ ବିଜେପିର ନୁହେଁ,ବରଂ ସାରା ଭାରତରେ ଏକ ଅପୂରଣୀୟ କ୍ଷତି ଘଟିଛି । ନିଳଗିରି ବିଧାୟକ ସୁକାନ୍ତ ନାୟକ ନୀଳଗିରି କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ମୃତି ସଭାରେ ଉପସ୍ଥିତ ରହି ନିଜର ମତବ୍ୟକ୍ତ କରିଛନ୍ତି । ଏହି ସ୍ମୃତିସଭାରେ ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ନନ୍ଦ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ନେତା ଗଙ୍ଗାଧର ମିଶ୍ର, ନୀଳଗିରି ପୂର୍ବତନ ନଗରପାଳ ରାଧାଗୋବିନ୍ଦ ଖଟୁଆ,ଭୂଦାରଚଣ୍ଡି ମଣ୍ଡଳ ସଭାପତି କରୁଣାକର ପଣ୍ଡା ଏବଂ ନୀଳଗିରି ନଗର ସଭାପତି ମନୋରଞ୍ଜନ ବେହେରା ଉପସ୍ଥିତ ରହି ସ୍ୱର୍ଗତ ସୁଷମାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here