କରୋନା ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ରାଜ୍ୟ ସରକାର କୋଭିଡ ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରିଛନ୍ତି ।

ପୂର୍ବରୁ ସରକାର ରାଜଧାନୀରେ କେବଳ ସମ ଓ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅନୁମତି ଦେଇଥିଲେ । ଏବେ ଆଉ ଦୁଇଟି ହସପିଟାଲ ହାଇଟେକ ଓ କିମ୍ସ ସହ ଭୁବନେଶ୍ବର ମହାନଗର ନିଗମ ଚୁକ୍ତି କରିଛି । କିମ୍ସ କୋଭିଡ ହସ୍ପିଟାଲରେ ୫୦୦ ଓ ହାଇଟେକ କୋଭିଡ ହସ୍ପିଟାଲରେ ୨୩୯ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି ।
ଏହା ଫଳରେ ରାଜଧାନୀରେ କୋଭିଡ ହସପିଟାଲ ସଂଖ୍ୟା 4 କୁ ବୃଦ୍ଧି ପାଇଥିବା ବେଳେ ଶଯ୍ୟା ସଂଖ୍ୟା 1699 କୁ ବୃଦ୍ଧି ପାଇଛି । ଏହା ପୂର୍ବରୁ ସମ୍ କୋଭିଡ ହସ୍ପିଟାଲରେ ୮୧୦ ଓ ଆଦିତ୍ୟ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ୧୫୦ଟି ଶଯ୍ୟା ବ୍ୟବସ୍ଥା କରାଯାଇଥିଲା । ସଂକ୍ରମଣ ଅଧିକ ବୃଦ୍ଧି ପାଇଲେ ଆବଶ୍ୟକତାକୁ ନଜରରେ ରଖି ହସପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ବିଏମସି କମିଶନର ସଂଜୟ ସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here