ବଢିଲା ସିବିଏସଇ ପରୀକ୍ଷା ଫି । ପରୀକ୍ଷା ଫି ବଢାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସଇ । ଏଣିକି ସାଧାରଣ ବର୍ଗର ଦଶମ ଓ ଦ୍ୱାଦଶ ପରୀକ୍ଷାର୍ଥୀ ଦେବେ ୧୫୦୦ ଟଙ୍କା । ପୂର୍ବରୁ ସାଧାରଣ ବର୍ଗର ପିଲାଙ୍କ ପରୀକ୍ଷା ଫି ଥିଲା ୭୫୦ ଟଙ୍କା । ଏସିଏସଟି ପିଲାଙ୍କ ପାଇଁ ପରୀକ୍ଷା ଫି ୧୨ ଶହ ଟଙ୍କା ରଖିଛି ବୋର୍ଡ । ପୂର୍ବରୁ ଏସିଏସଟି ଦଶମ ଓ ଦ୍ୱାଦଶ ପିଲାଏ ୫୦ ଟଙ୍କା ଲେଖାଏଁ ପରୀକ୍ଷା ଫି ଦେଉଥିଲେ । ଯେଉଁ ସ୍କୁଲ ଗୁଡିକରେ ପିଲାମାନଙ୍କର ପୁରୁଣା ଫି ଅନୁସାରେ ପଞ୍ଜିକରଣ କରିଥିଲେ ଏବେ ସେମାନଙ୍କୁ ନୂଆ ଫି ଆଦାୟ କରିବାକୁ ପଡିବ । ପରିବର୍ତ୍ତିତ ନିୟମ ଅନୁସାରେ ପାଞ୍ଚୋଟି ବିଷୟ ପାଇଁ ଏସିଏସଟି ପିଲାଙ୍କୁ ୨୪ ଗୁଣା ଅଧିକ ଫି ଦେବାକୁ ହେବ । ଦ୍ୱାଦଶର ଅତିରିକ୍ତ ବିଷୟ ପାଇଁ ଦେବାକୁ ହେବ ୩୦୦ ଟଙ୍କା । ଯେଉଁଥିପାଇଁ ଆଗରୁ ସେମାନଙ୍କୁ ଫି ଦେବାକୁ ପଡୁନଥିଲା । ଅନ୍ୟପଟେ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ପ୍ରକାର ଫି ଦେବାକୁ ପଡିବ ନାହିଁ । ମାଇଗ୍ରେସନ ଫି ମଧ୍ୟ ୧୫୦ ଟଙ୍କାରୁ ୩୫୦ ଟଙ୍କାକୁ ବଢିଛି ।