ବାଲେଶ୍ୱର ଜିଲ୍ଲା ନୀଳଗିରି ରେଞ ଅନ୍ତର୍ଗତ ମହୀସାପଟା ପଂଚାୟତର ଜାମ ବଣି ଗ୍ରାମର ମୀନତ ସିଂ ଭାଲୁ ଆକ୍ରମଣରେ ଗୁରୁତର ହୋଇ  ନୀଳଗିରି ଥାନାରେ ଭର୍ତ୍ତି ହୋଇଛନ୍ତି । ମୀନତି ସିଂ ବନ ସୁରକ୍ଷା ସମିତିର ଜଣେ ସଦସ୍ୟା । ପାଳି ଅନୁସାରେ ମୀନତ ଜଙ୍ଗଲ ଜଗିବା ପାଇଁ  ଯାଇଥିଲା ବେଳେ ବୁଦାମୂଳରେ ଥିବା ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ଭାଲୁ ଆକ୍ରମଣରେ ତାଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ତାଙ୍କ ଚିତ୍କାର ଶୁଣି ଅନ୍ୟ ଜଗୁଆଳି  ହୋହଲ୍ଲା କରିବାରୁ ଭାଲୁ ଛାଡି ପଳାଇଥିଲା । ଗୁରୁତର ଆହତ ମୀନତଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here