ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମ୍ବିକଟା ଠାରେ ଓଡି ଏସଏସ.ପି ଯୋଜନା ଦ୍ୱାରା ହୋଇଥିବା ଏକ ନୂତନ ବିଦ୍ୟୁତ ସବଷ୍ଟେସନ ଆଜି ଉଦଘାଟିତ ହୋଇଛି । ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ଅମାତ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅମାତଙ୍କ ସହିତ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର,ହରଭଙ୍ଗା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ର ଶତପଥି,ହରଭଙ୍ଗା ବ୍ଲକ ଚେୟାରମ୍ୟାନ ବିଶ୍ୱଜିତ ମିଶ୍ର,ସାଉଥ୍କୋ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଏହି ପ୍ରକଳ୍ପର ଶୁଭ ଉଦଘାଟନ ଯୋଗୁଁ ଏଥିରେ ଲୁଣିବାହାଲ,ସାମ୍ପୋଚ,ତିଲେଶ୍ୱର,ମଥୁରା,ନରସିଂହପୁର ଆଦି ୫ଟି ପଞ୍ଚାୟତର ପ୍ରାୟ ୭ହଜାର ବିଦ୍ୟୁତ ଉପଭୋକ୍ତା ଉପକୃତ ହୋଇ ଉତ୍ତମ ବିଦ୍ୟୁତ ସେବା ପାଇ ପାରିବେ ବୋଲି ବୌଦ୍ଧ ବିଦ୍ୟୁତ ବିଭାଗର ଏସ.ଡିଓ. ଆଦିତ୍ୟ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here