ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଫଳରେ ଆଜି ମଧ୍ୟରାତ୍ରିରେ ଓଡିଶାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସାରା ରାଜ୍ୟରେ ବର୍ଷା ଲାଗି ରହିବ । ଉପକୂଳ ଓ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ଅନୁଯାୟୀ, ଗୋପାଳପୁର ଠାରୁ ୩୦୦ କିଲୋମିଟର ଦୂରରେ ଅବପାତ ରହିଛି । ମଧ୍ୟରାତ୍ର ସୁଦ୍ଧା ଅବପାତ ଗୋପାଳପୁର ଅତିକ୍ରମ କରିବ । ପୁରୀରୁ କଳିଙ୍ଗପଟ୍ଟନମ ମଧ୍ୟରେ ବାତ୍ୟା ଅତିକ୍ରମ କରିବ । ଏହି ସମୟରେ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପବନ ବୋହିବ । ରାଜ୍ୟର ସମସ୍ତ ବନ୍ଦରରେ ୩ନଂ ବିପଦ ସଙ୍କେତ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here