ଢେଙ୍କାନାଳ ଜିଲ୍ଲାରେ ଅଘଟଣ. ବିଲକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଛନ୍ତି 3 ଜଣ ବ୍ୟକ୍ତି. ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ବାଘବସା ଗାଁରେ. ସୂଚନା ଅନୁସାରେ, ରବିବାର ପ୍ରାୟ ସକାଳ ପ୍ରାୟ 6ଟା ସମୟରେ ଧାନ ବିଲକୁ ପାଣି ମଡାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା. ତେବେ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ ହେଲେ ନବ ପ୍ରଧାନ, ଶ୍ରୀବତ୍ସ ପ୍ରଧାନ ଓ ବିମଳ ପ୍ରଧାନ. ଗୁରୁତର ଅବସ୍ଥାରେ ସେମାନଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି. ତେବେ ସେମାନଙ୍କ ମଧ୍ୟରୁ ନବ ପ୍ରଧାନଙ୍କ ଅବସ୍ଥା ଗୁରୁତର ହେବାରୁ ବର୍ତ୍ତମାନ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି.

LEAVE A REPLY

Please enter your comment!
Please enter your name here