ହାଇକୋର୍ଟ ଖାରଜ କଲେ ମୂର୍ତ୍ତି ବିବାଦ ସଂପର୍କିତ ଆବେଦନ । କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ମୂର୍ତ୍ତି ଉଚ୍ଚତା ସଂପର୍କିତ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ପିଟିସନ ଦାୟର କରାଯାଇଥିଲା । ତେବେ ମହାମାରୀ ସମୟରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିରେ କୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି କହିଛନ୍ତି । ପାର୍ବଣ ସମୟରେ ମୂର୍ତ୍ତି ଉଚ୍ଚତା ଚାରିପୁଟ ମଧ୍ୟରେ ରଖିବାକୁ ରାଜ୍ୟ ସରକାର ଗାଇଡଲାଇନ ଜାରୀ କରିଛନ୍ତି । ମାତ୍ର ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ କଟକ ସହରର ପୂଜା କମିଟି ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି କଟକ ସହର ବନ୍ଦ ଡାକରା ଦିଆଯାଇଥିଲା । ଦଶହରାରେ ଦେବୀ ମୂର୍ତ୍ତି ଉଚ୍ଚା ହେଲେ କରୋନା ବ୍ୟାପିବ ନାହିଁ ବୋଲି ମତ ପ୍ରକାଶ ପାଇଥିଲା । ବିଜେଡିର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ, ସାଂସଦ ଭର୍ତ୍ତୃହରି ମହତାବ ପ୍ରମୁଖ ଖୋଲାଖୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here