୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ପୂରଣ କଲାନାହିଁ । ଏବେ ବିଜେପିର ୨୦୧୯ ଇସ୍ତାହାରରେ ଏହି ପ୍ରସଙ୍ଗକୁ ବାଦ୍ ଦେଇ ସାଢ଼େ ଚାରି କୋଟି ରାଜ୍ୟବାସୀଙ୍କୁ ଧୋକା ଦେଇଥିବା ଅଭିଯୋଗ କରିଛି ବିଜେଡି । ଏନେଇ ବିଜେପି ନାଁରେ ଏତଲା ଦେଇଛି ବିଜେଡି । ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଥିବା ଅଭିଯୋଗରେ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି ବିଜେଡିରଳ ୩ ଜଣିଆ ପ୍ରତିନିଧି ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ୨୦୧୪ରେ ବିଜେପି ଇସ୍ତାହାରରେ ପ୍ରଥମ ପଏଣ୍ଟ ଥିଲା ଯେ କ୍ଷମତାକୁ ଆସିଲେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ । କେନ୍ଦ୍ରରେ ବିଜେପି ସରକାର ଆସିଲା । ସେମାନଙ୍କ ପାଖରେ ସ୍ୱତନ୍ତ୍ର ପାହ୍ୟା ଦେବା ନେଇ ଅଧିକାର ଥିଲା କିନ୍ତୁ ଦେଲେ ନାହିଁ । ଏବଂ ୨୦୧୯ ନିର୍ବାଚନ ପାଇଁ ଆସିଥିବା ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା କଥା ସ୍ଥାନ ପାଇନାହିଁ । ପ୍ରତିଶ୍ରୁତି ଦେଇ ଭାରତୀୟ ଜନତା ପାର୍ଟି ପ୍ରତିଶ୍ରୁତି ରକ୍ଷା କରିନାହିଁ ବୋଲି ଅଭିଯୋଗ କରିଛି ବିଜେଡି ।

LEAVE A REPLY

Please enter your comment!
Please enter your name here