କଟକ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ଥାନା ପୋଲିସ । ଗିରଫଦାରୀଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ବୁଧବାର ଗ୍ରାମାଞ୍ଚଳ ପୋଲିସ ଜଣଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପଞ୍ଚାନନ ସେଠୀ ସମେତ ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ଡେମୋ ଦେଖାଇଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here