ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା | ପାରିବାରିକ କଳହକୁ କେନ୍ଦ୍ର କରି ରକ୍ତ ମୁଖା ହେଲା ସ୍ୱାମୀ | ଶେଷରେ ନିଜର ମାନସିକ ଭାରସାମ୍ୟ ହରାଇ ସ୍ତ୍ରୀକୁ ପିଟି ପିଟି କଲା ହତ୍ୟା | ଯଶିପୁର ଥାନା ପୋଡାଗଡ ପଂଚାୟତ କରଂଜବାଲିରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ | ବିରଂଚି ଦେହୁରୀ ପତ୍ନୀ ସୁବୁନି ଦେହୁରୀକୁ ହତ୍ୟା କରିଛି | ଘରୋଇ ବିବାଦକୁ କେନ୍ଦ୍ର କରି ବିରଂଚି ଉତ୍‌କ୍ଷିପ୍ତ ହୋଇ ପତ୍ନୀ ସୁବୁନିକୁ ହତ୍ୟା କରିଛି | ତେବେ ଏହି ଘଟଣା ଗୋଟିଏ ଦିନ ପରେ ପ୍ରଘଟ ହେବା ପରେ ଗ୍ରାମର ଲୋକେ ଯଶିପୁର ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଶବଜବତ କରିଥିଲେ । ଅଭିଯୁକ୍ତ ବିରଂଚି ସୁବୁନିକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିଲା | ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମୃତ ସୁବୁନିର ଶବକୁ ମଧ୍ୟ ପୋଲିସ ଉଦ୍ଧାର କରି କଂରଜିଆ ଡାକ୍ତରଖାନାକୁ ପୋଷ୍ଟମଟମ୍ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here