ପୋଲିସ ହାତରେ ଗୋଲ୍ଡେନ ବାବା । ସୋମବାର ଅପରାହ୍ନରେ ଚନ୍ଦ୍ରଶେଖର ପୋଲିସ ଜ୍ୟୋତି ରଞ୍ଜନ ଓରଫ ଗୋଲ୍ଡେନ ବାବାକୁ ରାଜଧାନୀରୁ ଗିରଫ କରିଛି । ନିଜକୁ ରାଜନୈତିକ ନେତା କହି ଭୁବନେଶ୍ୱରର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ ଗୋଲ୍ଡେନ ବାବା । ବଡବିଲରେ ଜଣଙ୍କୁ ନିଜର ଠକେଇ ଅଭିଯୋଗରେ ପୋଲିସ ତାକୁ ଗିରଫ କରିଛି । ପୁଲିସ ଅନେକ ଦିନ ହେବ ଗୋଲ୍ଡେନ ବାବାକୁ ଖୋଜୁଥିଲା । ଗୋଲ୍ଡେନ ବାବା ପ୍ରଥମେ ନୀଳାଦ୍ରି ବିହାରରେ ରହୁଥିଲା । ସେଠାରୁ ଫେରାର ହୋଇ କଳାରାହଙ୍ଗ ଓ ପରବର୍ତ୍ତୀ ସମୟରେ ଦିଲ୍ଲୀରେ ରହୁଥିବା ଜଣାପଡ଼ିଛି। ଗୋଲଡେନ୍ ବାବା ପାଖରେ ୪ଟି ଦାମୀଦାମୀ ସଉକିନ୍ କାର ଥିବା ପୁଲିସ ସୂଚନା ଦେଇଛି। ଥାନାରେ ଅଟକି ରଖି ଗୋଲ୍ଡେନ ବାବାକୁ ପୁଲିସ ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here