ପାଟଣାଗଡ଼ ସ୍ୱତନ୍ତ୍ର ଏଡିଜେ କୋର୍ଟ ଜେଇଙ୍କୁ ଉଠ୍‌ବସ୍‌ କରାଇବା ମାମଲାର ଶୁଣାଣି କରିଛନ୍ତି । ମାମଲାର ଶୁଣାଣି କରି ପାଟଣାଗଡ଼ ଏଡିଜେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସରୋଜଙ୍କୁ ୨୫ ହଜାର ଟଙ୍କା ଜରିମାନା ଓ ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ପକ୍ଷ ଶୁଣିବା ପରେ କୋର୍ଟ ବିଧାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ୨୫ ହଜାର ଟଙ୍କା ଜରିମାନା ଓ ଦୁଇ ଜାମିନଦାରଙ୍କ ବଦଳରେ ଜାମିନ ମଞ୍ଜୁର କରାଯାଇଛି । ତେବେ ତଦନ୍ତର ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଅପରପକ୍ଷକୁ ଭୟଭୀତ ନ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି । ବିଧାୟକ ସରୋଜ ମେହେର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ।

ସୂଚନାଯୋଗ୍ୟ, ଗତ ଜୁନ୍ ୫ତାରିଖରେ ରାସ୍ତା ଉପରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ସରୋଜ ମେହେର । ନିମ୍ନମାନର ରାସ୍ତା କାମ ହୋଇଥିବା ଅଭିଯୋଗରେ ବିଧାୟକ କନିଷ୍ଠ ଯନ୍ତ୍ରୀଙ୍କୁ ଦଣ୍ଡିତ କରିଥିଲେ । ପାଞ୍ଚ ମିନିଟ୍‌ରେ ଶହେ ଥର ଉଠ୍‌ବସ୍‌ ନ ହେଲେ ନିସ୍ତୁକ ମାଡ଼ ମାରିବେ ବୋଲି କହିଥିଲେ । ଯାହାର ଭିଡ଼ିଓ ଭାଇରାଲ ହୋଇଥିଲା । ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଥିଲା ଏବଂ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କ ପତ୍ନୀ ପ୍ରବୀଣା ରାଜହଂସ ଏ ନେଇ ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ଗତ ୨୪ ତାରିଖରେ ବିଧାୟକଙ୍କୁ ଗିରଫ କରାଯାଇଛି । ଜୁଲାଇ ପହିଲାରେ ଭୁବନେଶ୍ୱର ଏଡିଜେ କୋର୍ଟରେ ହାଜର କରାଯାଇ ଝାରପଡ଼ା ଜେଲ୍‌ ପଠାଇ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here