ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ 3ଟି ଗୋରୁ ବୋଝେଇ ଟ୍ରକ ଜବତ କରିଛି ପୋଲିସ. 60 ନମ୍ବର ଜାତୀୟ ରାଜପତ ଦେଇ ଏହି ଗୋରୁ ବୋଝେଇ ଟ୍ରକ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି. ତେବେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ. ପରେ ଉକ୍ତ ଟ୍ରକ ଜବତ କରିବା ସହ ସେଥିରୁ ପ୍ରାୟ 300 ଗୋରୁଙ୍କୁ ଉଦ୍ଧାର କରିଥିଲା ପୋଲିସ. ଚାଲନ୍ତିଠାରେ ପୋଲିସ ଏହି ଟ୍ରକ ଜବତ କରିଥିବା ସୂଚନା ମିଳିଛି. ପଶ୍ଚିମବଙ୍ଗକୁ ଏହି ଗୋରୁ ବୋଝେଇ ଟ୍ରକ ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ.

LEAVE A REPLY

Please enter your comment!
Please enter your name here