ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଟଣୀ ଓ ନରସିଂହପୁର ଗସ୍ତ କରୁଛନ୍ତି. ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାର କାର୍ଯ୍ୟକ୍ରମ ରହିଛି. ଜଟଣୀର ହରିଡାପଡାଠାରେ ଏଆଇପିଏଚ(ଏସିଆନ ଇନଷ୍ଟିଚ୍ୟୁଟ ଅଫ୍ ପବ୍ଲିକ ହେଲଥ)ର ଶିଳାନ୍ୟାସ କରିବେ ନବୀନ. ଏହାପରେ ଜଟଣୀରୁ ସିଧା କଟକ ଅଭିମୁଖେ ବାହାରିବେ. କଟକର ନରସିଂହପୁରରେ ପହଞ୍ଚିବା ପରେ ଏଏନ ହାଇସ୍କୁଲ ପଡିଆରେ ଜନତାଙ୍କୁ ଉଦବୋଧନ ଦେବେ. ଏହାସହ ସେଠାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ ମଧ୍ୟ କରିବେ. ଏନେଇ ସେଠାରେ ସମସ୍ତ ଆୟୋଜନ ସରିଛି. ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି.

LEAVE A REPLY

Please enter your comment!
Please enter your name here