ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଛନ୍ତି ଲୋୟର ଫାର୍ମର | ଭୁବନେଶ୍ୱରେ ଏକାଠି ହେଲେ ରାଜ୍ୟର ସମସ୍ତ ଲୋୟର ଫାର୍ମର | ଗତ କିଛି ମାସ ଧରି ରାଜ୍ୟର ଅଣ୍ଡା ଶିଳ୍ପୀ ଆର୍ଥିକ ମାନ୍ଦା ଅବସ୍ଥା ଦେଇ ଗତି କରୁଥିବା ବେଳେ ଏହାର ସଫଳ ମୁକାବିଲା ପାଇଁ ଲୋୟର ଫାର୍ମର ସମସ୍ତ କର୍ମୀ ଏକତ୍ରିତ ହୋଇଛନ୍ତି | କୁକୁଡ଼ାଙ୍କ ଖାଦ୍ୟ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ, ଅଣ୍ଡା ଦର ସୀମିତ ରହିଛି | ଖାଉଟି ପୂର୍ବରୁ ଯେଉଁ ଦର ଦେଇ ଅଣ୍ଡା କିଣୁଥିଲେ, ଏବେ ବି ସମାନ ଦର ଦେଇ ଅଣ୍ଡା କିଣୁଛନ୍ତି | ଏନଇସିସିର ଚାଷୀ ମାରଣା ନୀତି ଯୋଗୁ ଆଜି ଅଣ୍ଡା ଚାଷୀମାନେ ତାଙ୍କର ଫାର୍ମ ବନ୍ଦ କରିବାକୁ ବସିଲେଣି | ରାଜ୍ୟ ସରକାର ଅଣ୍ଡା ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ସବ୍ସିଡ଼ିଆର ବ୍ୟବସ୍ତା କରିଥିବା ବେଳେ ଏନଇସିସିର ଚାଷୀ ମାରଣା ନୀତି ତଥା ଖାଦ୍ୟ ଦ୍ୱାରା ବୃଦ୍ଧି ଅଣ୍ଡା ଶିଳ୍ପକୁ ବହୁ କ୍ଷତି ପହ୍ନାଚାଉଛି | ଏହି ସବୁର ମୁକାବିଲା ପାଇଁ ରବିବାର ଭୁବନେଶ୍ୱର ଠାରେ ରାଜ୍ୟର ସମସ୍ତ ଅଣ୍ଡା ଚାଷୀମାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ ପ୍ରଥମ ନୂତନ ରାଜ୍ୟସ୍ତରୀୟ ଆସୋସିଏସ୍ନ ଗଠନ କରିବା ସହ ଏହାର ନାମ ” ଅଲ ଓଡିଶା ଲେୟାର ଫାର୍ମାସ ଆସୋସିଏସନ ” ଭାବେ ନାମକରଣ କରାଯାଇଥିବା ଜଣାପଡିଛି | ଏହି ବୈଠକରେ ସମଗ୍ର ଓଡ଼ିଶାର ୮୦ରୁ ଉର୍ଦ୍ଧ ଅଣ୍ଡା ଚାଷୀ ଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here