ଚାରିଦିନ ତଳେ ବର୍ଷା ପାଇଁ ଚାଷୀ ତ୍ରାହି ତ୍ରାହି ଡାକୁଥିଲା । ଅଧାରୁ ଅଧିକ ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ପାଣି ଅଭାବରୁ ଚାଷଜମି ଫାଟି ଆଁ କରିଥିଲା । ଲୋକେ ମରୁଡି ସହାୟତା ଦାବି କରୁଥିଲେ । ମାତ୍ର ଦୁଇ ତିନିଦିନର ଲଗାଣ ବର୍ଷାରେ ସବୁ ଧୋଇଯାଇଛି । ଚାଷଜମିରେ ପାଣି ଲହଡା ଭାଙ୍ଗୁଛି । ବିଲବାଡିରେ ପାଣି ଜମି ରହିଥିବାରୁ ଫସଲ ନଷ୍ଟ ହୋଇଯାଇଛି । କେବଳ ଚାଷଜମି ନୁହେଁ, ଲଗାଣବର୍ଷା ଯୋଗୁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି କଚ୍ଚା ଘର ଭାଙ୍ଗିଯାଇଛି ତ କେଉଁଠି ଘର ଭିତରେ ପାଣି ପଶିଯାଇଛି । ଏ ହେଉଛି ବୌଦ୍ଧ ଜିଲ୍ଲାର ଦୃଶ୍ୟ । ଗତ ଦୁଇଦିନରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ 361 ମିଲିଲିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ରାସ୍ତା ଉପରେ ଦୁଇ ତିନିଫୁଟ ଉଚ୍ଚର ପାଣି ସୁଅ ଛୁଟୁଥିବାରୁ ଅଧିକାଁଶ ଗ୍ରାମାଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।