ବିଷମ କଟକ ବ୍ଲକ କେରାଣ୍ଡିଗୁଡାରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ. କେରାଣ୍ଡିଗୁଡା-କଳିପଙ୍ଗା ରାସ୍ତାରେ ଯାଇଥିବା ରେଳ ଧାରଣାରେ ଭୂତଳ ରାସ୍ତା ନିର୍ମାଣ ଦାବି ନେଇ ରେଳରୋକ କରିଛନ୍ତି ଅଞ୍ଚଳବାସୀ. ଫଳରେ ଉଭୟ ପଟୁ ଆସୁଥିବା ମାଲବାହୀ ଟ୍ରେନ ଅଟକି ରହିଛି. ଅନ୍ୟପଟେ ସମତା ଏକ୍ସପ୍ରେସ କଟକ ରେଳ ଷ୍ଟେସନରେ ଅଟକି ଥିବା ବେଳେ ସମଲେଶ୍ୱରୀ ଏକ୍ସପ୍ରେସ ରାୟଗଡାରେ ଅଟକି ରହିଥିବା ସୂଚନା ମିଳିଛି. ଉକ୍ତ ରାସ୍ତା ଉପରେ 18ଟି ଗାଁର ଲୋକେ ନିର୍ଭର କରୁଥିବାରୁ ଭୂତଳ ରାସ୍ତା ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି.

LEAVE A REPLY

Please enter your comment!
Please enter your name here