ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସଦନନ୍ଦପୁର ଗାଁରେ ୧୫୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟ ୧୬ ଲକ୍ଷ ଟଙ୍କା ରହିଛି । ସେହି ଗାଁର ଫାରୁଖ ଖାଁଙ୍କ ପୁଅ ଅବଦୁଲ ଫରିଦ ଖାଁକୁ ଅବକାରୀ ବିଭାଗ ଗିରଫ କରିଛି । ଏହି ବ୍ରାଉନସୁଗାର ନେଟୱାର୍କ ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ପର୍ଯ୍ୟନ୍ତ ବ୍ୟାପିଥିବା ଜଣାପଡିଛି । ଅଭିଯୁକ୍ତ ଅବଦୁଲଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । ଅବକାରୀ କମିଶନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶ ଅନୁସାରେ, ଅବକାରୀ ଡେପୁଟି କମିଶନର ରାମ ଚନ୍ଦ୍ର ପାଲଙ୍କ ତଥ୍ୟକୁ ଭିତ୍ତି କରି ଏହି ଚଢଉ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here