ମଙ୍ଗଳବାର ରାତିରେ କିଛି ଦୁର୍ବୃତ୍ତ ଜଣେ ଭକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି. ଫଳରେ ବାଲେଶ୍ୱରରୁ ଆସିଥିବା ପ୍ରମୋଦ ଜେନା ନାମକ ଜଣେ ଭକ୍ତ ଗୁରୁତର ହୋଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ପ୍ରମୋଦ ଜଗନ୍ନାଥଙ୍କ ଦର୍ଶନ ସାରିବା ପରେ ଜଗନ୍ନାଥ ବଲ୍ଲଭ ମଠ ନିକଟରେ ଗାଡି ପାର୍କିଂ କରୁଥିବା ସମୟରେ କିଛି ଦୁର୍ବୃତ୍ତ ଆସି ତାଙ୍କୁ ଆକ୍ରମଣ କରିଥିଲେ. ପରେ ତାଙ୍କ ନିକଟରୁ ମନି ପର୍ସ ଓ ବେକରୁ ସୁନା ଚେନ ଛଡାଇ ନେଇଥିଲେ. ପ୍ରମୋଦ ସେମାନଙ୍କୁ ପ୍ରତିବାଦ କରିବାରୁ ସେମାନେ ଏକ ଧାରୁଆ ଛୁରୀରେ ତାଙ୍କ ବେକ ଓ ହାତକୁ ଆକ୍ରମଣ କରିଥିଲେ. ପରେ ପୋଲିସ ପହଞ୍ଚିବା ପରେ ତାଙ୍କୁ ନିକଟସ୍ଥ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି. ବର୍ତ୍ତମାନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here