ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ଆର.ଭିନିଲକ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ବନ୍ତ ସିଂହଙ୍କୁ ଓଏମସି ଏମଡି ପଦକୁ ବଦଳି କରାଯାଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ପଦରେ ଅବସ୍ଥାପିତ କରାଯାଇଛି । ଅମ୍ରିତ ଋତୁରାଜଙ୍କୁ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ଦାୟିତ୍ବ ଦିଆଯାଇଛି । ଜଗତସିଂହପୁର ଜିଲ୍ଲାପାଳ ସରୋଜ ମିଶ୍ରଙ୍କୁ ରାୟଗଡା ଜିଲ୍ଲାପାଳ ଭାବେ ଏବଂ ପ୍ରମୋଦ ବେହେରାଙ୍କୁ ରାଜସ୍ବ ବିଭାଗ ଅତିରିକ୍ତ ସଚିବ ପଦରେ ଅବସ୍ଥାପିତ କରାଯାଇଛି । ବିଶାଲ ସିଂହଙ୍କୁ ଯାଜପୁର ପିଡି ଡିଆରଡିଏ ପଦବୀକୁ ବଦଳି କରାଯାଇଥିବା ବେଳେ ପାରୁଲ ପଟଓ୍ବାରୀଙ୍କୁ ପୂର୍ତ୍ତ ବିଭାଗ ଉପ-ସଚିବ ପଦରେ ଅବସ୍ଥାପିତ କରାଯାଇଛି । ମହମ୍ମଦ ସାଦିକଙ୍କୁ ଶିଳ୍ପ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here