ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟ ସରକାର ଆନ୍ତର୍ଜାତିକ ପୁରସ୍କାର ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି । ଇଂଗ୍ରାଜୀ ସାହିତ୍ୟରେ ସୃଜନାତ୍ମକ ସୃଷ୍ଟି ପାଇଁ ପ୍ରତିବର୍ଷ ଜଣେ ଓଡିଆ ଲେଖକଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ରାଶି ବାବଦରେ ଦଶଲକ୍ଷ ଟଙ୍କା ଦିଆଯିବ । ଏହାବ୍ୟତୀତ ଓଡିଆ ଓ ଇଂରାଜୀ ଭାଷାରେ ମଧ୍ୟ ଗୋଟିଏ ଲେଖାଁଏ ପୁରସ୍କାର ପ୍ରଦାନ କରାଯିବ । ହାଇସ୍କୁଲ ପିଲାଙ୍କ ପାଇଁ ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ ଏବଂ ଏଥିପାଇଁ ଏକଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here