ପାପ ସଂପର୍କର ଭୟଙ୍କର ପରିଣାମ । ନିଜ ମାଆକୁ ହତ୍ୟା କରିବାକୁ ପଛାଇଲେ ନାହିଁ ଦୁଇ ଭାଇ ଭଉଣୀ । ମାତ୍ର ଲୁଚି ରହିଲାନି ପାପ । ଧରାପଡିଗଲା ଗାଁ ଲୋକଙ୍କ ହାତରେ ।
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ, ମେରାଇନ ଥାନା ଅଧିନସ୍ଥ ବନ୍ଦର ଗ୍ରାମରେ ରୁହନ୍ତି ରୁମିଲା କାଣ୍ଡି । ସ୍ୱାମୀ ଭଗବାନ କାଣ୍ଡିଙ୍କ ଦେହାନ୍ତ ପରେ ରୁମିଲା ନିଜ ଭଉଣୀର ପୁଅ ଶିବ କାଣ୍ଡିକୁ ପୋଷ୍ୟ ପୁତ୍ର କରି ଆଣିଥିଲେ । ମାତ୍ର ରୁମିଲାଙ୍କ ବିବାହିତ ଝିଅ ମାନି ଶାଶୁଘରେ ପାଟିତୁଣ୍ଡ କରି ବାପଘରକୁ ଆସିବା ପରେ ସବୁ ଓଲଟପାଲଟ ହୋଇଯାଇଥିଲା । ମାଉସୀ ପୁଅ ଭାଇ ଶିବ ଓ ମାନିଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ ସଂପର୍କ । ମାନିର ଗୋଟେ ଚାରି ବର୍ଷର ଝିଅ ଓ ଗୋଟେ ଦୁଇବର୍ଷର ପୁଅ ଥିଲେ ମଧ୍ୟ ପ୍ରେମରେ ଅନ୍ଧ ହୋଇଯାଇଥିଲା ସେ । ହେଲେ ମା ରୁମିଲା ଏଭଳି ପାପ ସଂପର୍କକୁ ବିରୋଧ କଲେ । ପାପ ସଂପର୍କରେ ବାଧା ସୃଷ୍ଟି କରୁଥିବା ରୁମିଲାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଚିନ୍ତା କଲେ ଭାଇ ଭଉଣୀ ।
ରୁମିଲାଙ୍କୁ ହତ୍ୟା କରିବା ପରେ ଭାଇ ଭଉଣୀଙ୍କ ଆଚରଣକୁ ସନ୍ଦେହ ନଜରରେ ଦେଖିଥିଲେ ଗ୍ରାମବାସୀ । ବନ୍ଦ ଘରର କବାଟ ଭାଙ୍ଗିବା ପରେ ଧରା ପଡିଯାଇଥିଲା ପାପ ସଂପର୍କର ଭୟଙ୍କର ପରିଣାମ । ଗାଁ ଲୋକେ ଦୁଇ ଅଭିଯୁକ୍ତଙ୍କୁ ଧରି ବାନ୍ଧିବା ପରେ ପୋଲିସକୁ ହସ୍ତାନ୍ତର କରିଥିଲେ ।
ରିପୋର୍ଟ : ତାରାପଦ ମହାନ୍ତି, ଜଗତସିଂହପୁର

LEAVE A REPLY

Please enter your comment!
Please enter your name here