ମୟୁରଭଞ୍ଜ ଖୁଣ୍ଟା ବ୍ଲକର ବ୍ୟାଙ୍କ ମିତ୍ର ଭାରତୀ ସିଂଙ୍କୁ ପୁଣି ଚାକିରୀ ଫେରାଇ ଦେଇଛନ୍ତି ସରକାର । ବ୍ଲକ ପ୍ରଶାସନ ତାଙ୍କୁ ଚିଠି ଲେଖି ଚାକିରୀରେ ଯୋଗ ଦେବାକୁ କହିଛି । ଭାରତୀ କହିଛନ୍ତି, ସେ ସତ୍ୟ ନ୍ୟାୟରେ ଥିବାରୁ ତାଙ୍କୁ ସରକାର ଚାକିରୀ ଫେରାଇ ଦେଇଛନ୍ତି । ସେ କିଛି ଭୁଲ୍ କରି ନ ଥିଲେ ।
ବ୍ୟାଙ୍କ ମିତ୍ର ଭାବେ କାମ କରୁଥିବା ଆଦିବାସୀ ମହିଳା ଭାରତୀ ଦାବି ପୂରଣ ପାଇଁ ଭୁବନେଶ୍ବର ଆସି କ୍ୟାମେରା ସାମନାରେ ଫାଇଭ ଟି ସଚିବଙ୍କ ବ୍ୟୟବହୁଳ ଗସ୍ତକୁ ସମାଲୋଚନା କରିଥିଲେ । ଏହି ଘଟଣା ପରେ ତାଙ୍କୁ ବ୍ୟାଙ୍କ ମିତ୍ର ଚାକିରୀରୁ ବ୍ଲକ ପ୍ରଶାସନ ବାହାର କରିଦେଇଥିଲେ । ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ଭାରତୀଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ସଂଗଠନ ଅଣ୍ଟା ଭିଡିଥିଲେ । ଏପରିକି ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ମାମଲା ରୁଜୁ କରିଥିଲେ । ଆଗକୁ ନିର୍ବାଚନ ଆସୁଥିବାରୁ ଭାରତୀଙ୍କ ମାମଲା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଶେଷରେ ପରିସ୍ଥିତି ଅଡୁଆ ହେଉଥିବା ଜାଣି ଭାରତୀଙ୍କୁ ଚାକିରୀ ଫେରାଇ ଦେଇଛି ବ୍ଲକ ପ୍ରଶାସନ ।

LEAVE A REPLY

Please enter your comment!
Please enter your name here