ସିନେମା ଓ ଧାରାବାହିକରେ ସବୁଦିନ ହସାଉଥିବା କଳାକାର ସୁନିଲ ନାୟକଙ୍କ ମୃତୁ୍ୟ ଘଟିଛି । ମଙ୍ଗଳବାର ଦିନ ଏକ କମେଡି ଧାରାବାହିକ ସୁଟିଂ ଚାଲିଥିବା ବେଳେ ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏବଂ ତାଙ୍କୁ ସାଙ୍ଗେ ସାଙ୍ଗେ କଟକ ବଡ ମେଡିକାଲ ନିଆଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ହୃଦଘାତରେ ସୁନିଲଙ୍କର ମୃତୁ୍ୟ ହୋଇଛି । ଜଣେ କମେଡି ଅଭିନେତା ଭାବରେ ଧାରାବାହିକ ଓ ସିନେମା କରି ଲୋକମାନଙ୍କ ମନଜିତି ନେଇଥିଲେ ସୁନିଲ । ମୃତୁ୍ୟ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତୁ୍ୟ ଖବର ପାଇ ସାରା ଓଲିଉଡ ଓ ଟେଲି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here