କଳାହାଣ୍ଡି ଯିବା ପାଇଁ ଆଉ ବାରଘଣ୍ଟାର ଯାତ୍ରା କରିବାକୁ ପଡିବନି । ଏଣିକି ଭୁବନେଶ୍ବରରୁ ବିମାନ ଯୋଗେ କଳାହାଣ୍ଡିକୁ ମାତ୍ର ଘଣ୍ଟାକ ଭିତରେ ଯାଇହେବ । ଆଜିଠୁ ଭୁବନେଶ୍ବରରୁ କଳାହାଣ୍ଡିକୁ ଆରମ୍ଭ ହୋଇଛି ବିମାନ ସେବା । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ବିମାନଯାତ୍ରାର ଶୁଭାରମ୍ଭ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର ବିମାନବନ୍ଦରରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଭୁବନେଶ୍ବର ବିମାନବନ୍ଦରରୁ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ଏହା ସପ୍ତାହକୁ ଦୁଇଥର ଚଳାଚଳ କରିବ । ପ୍ରତି ସପ୍ତାହରେ ମଙ୍ଗଳବାର ଓ ଗୁରୁବାର ଦିନ ସକାଳ 7ଟା 15ରୁ ବିମାନ ଭୁବନେଶ୍ବରରୁ କଳାହାଣ୍ଡି ଉଡାଣ କରିବ ଏବଂ କଳାହାଣ୍ଡିରୁ ସକାଳ 8ଟା 50ରେ ବାହାରି ଭୁବନେଶ୍ବରରେ ସକାଳ 10ଟାରେ ପହଞ୍ଚିବ । ଏହାଦ୍ବାରା ଆଦିବାସୀବହୁଳ କଳାହାଣ୍ଡି ଜିଲ୍ଲାକୁ ଯାତାୟତ ସହଜ ହୋଇପାରିବ । 9 ଆସନ ବିଶିଷ୍ଟ ଏୟାରକ୍ରାଫ୍ଟରେ ଯାତ୍ରା ପାଇଁ ଟିକେଟ ମୂଲ୍ୟ 999 ଟଙ୍କା ରଖାଯାଇଛି ।

LEAVE A REPLY

Please enter your comment!
Please enter your name here