ରାଜଧାନୀର ଜଣାଶୁଣା ଘରୋଇ କୋଚିଂ ସେଣ୍ଟର ବଣିକ୍‌ରେ ସେଣ୍ଟ୍ରାଲ ଜିଏସଟି ରେଡ୍ ହୋଇଛି। ଡାଇରୋକ୍ଟୋରେଟ୍ ଜେନେରାଲ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟର ୨ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି। ତେବେ ବଣିକ୍ ଇନଷ୍ଟିଚ୍ୟୁଟ୍‌ର ମାଲିକ ସୁବ୍ରତ ଛାଟୋଇ ଜଣେ ବିଜେଡି ନେତା ବୋଲି ଜଣାପଡ଼ିଛି । ଏହା ସହିତ ସେ ଜଣେ ବରିଷ୍ଠ ବିଜେଡି ନେତାଙ୍କ ଘନିଷ୍ଠ ସହଯୋଗୀ ବୋଲି ଜଣାପଡ଼ିଛି। ବଣିକ୍ କୋଚିଂ ସେଣ୍ଟର ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର। ଏଠାରେ ଆଇଏଏସ୍, ଓଏଏସ୍ ଏବଂ ୟୁପିଏସ୍‌ସି ସହ ବିଭିନ୍ନ କଂପିଟିଟିଭ୍ ପରୀକ୍ଷା ଲାଗି କୋଚିଂ ଦିଆଯାଏ ବୋଲି ଜଣାପଡ଼ିଛି। ଲକ୍ଷାଧିକ ଟଙ୍କାର ଜିଏସ୍‌ଟି ଫାଙ୍କି ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି। ତେବେ ଏନେଇ ବାଣିକ୍ ଇନଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here