ଆଜି ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରାଜଧାନୀ ଭୁବନେଶ୍ବର ରେକର୍ଡ କରିଛି । ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଅନୁଯାୟୀ 32ଟି ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । ଭୁବନେଶ୍ବର ତଳକୁ ରହିଛି ବୌଦ୍ଧ । ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା 43.5 ଡିଗ୍ରୀ ସେଲସିଅସ ରହିଛି । ଅନୁଗୁଳ 43.3 ରହିଥିବା ବେଳେ ବାଲେଶ୍ବର 42.2, ବାରିପଦା 42.6, ଜଗତସିଂହପୁର 42.3, ଟିଟିଲାଗଡ 42.5 ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଛି । ଆସନ୍ତା ତିନିଦିନ ଯାଏ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।

LEAVE A REPLY

Please enter your comment!
Please enter your name here