ରାଜ୍ୟରେ ପ୍ରଥମ ପର୍ଯ୍ୟା ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ଚାରିଟି ଲୋକସଭା ଏବଂ ଏହିସବୁ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ 28ଟି ବିଧାନସଭାରେ ପ୍ରଥମ ପର୍ଯ୍ୟାରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାରେ ଚାରୋଟି ଲୋକସଭା ଆସନ ମଧ୍ୟରେ ରହିଛି କଳାହାଣ୍ଡି, ବ୍ରହ୍ମପୁର, ନବରଙ୍ଗପୁର ଓ କୋରାପୁଟ ଲୋକସଭା ମଣ୍ଡଳୀ ଏବଂ ଏହ ା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଭୋଟଗ୍ରହଣ ହେବ । ମେ 13 ତାରିଖରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜିଠାରୁ ନାମାଙ୍କନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ 26ରେ ନାମାଙ୍କନ ଯାଞ୍ଚ, 29ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରଖାଯାଇଛି । 7289ଟି ଭୋଟଗ୍ରହଣ କେନ୍ଦ୍ରରେ 62 ଲକ୍ଷ 84 ହଜାର 649 ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିପାରିବେ । ପ୍ରଥମ ପର୍ଯ୍ୟାୟ ମତଦାନ ସଂପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ରାଜ୍ୟରେ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆୟୋଗ କାର୍ଯ୍ୟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here