ରାତି ପାହିଲେ ମକର ସଂଙ୍କ୍ରାନ୍ତି । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଖୋର୍ଦ୍ଧା ଅଟ୍ରି ସ୍ଥିତ ହଟକେଶ୍ୱର ପୀଠ । ହଜାର ହଜାର ଶ୍ରଦ୍ଧାଳୁଙ୍କର ଏଠାରେ ସମାଗମ ହୋଇଥାଏ । ମକର ସଙ୍କ୍ରାନ୍ତି ଅବସରରେ ନିସନ୍ତାନ ମହିଳା ଉଷ୍ମ ପ୍ରଶବଣରେ ଥିବା କୁଣ୍ଡରେ ଗୁଆ ଖୋଜି ପାଇଲେ ସନ୍ତାନ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । ସଂନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ମକର ଉତ୍ସବ ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୀଠରେ ଆଲୋକ ବ୍ୟବସ୍ଥା ସହିତ ଅନ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।