ଶୁକ୍ରବାର ମାଟ୍ରିକ ପରୀକ୍ଷାର ଶେଷ ଦିନ । ପରୀକ୍ଷାର ପ୍ରଥମ ଦିନରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା । ଏଥରୁ ବାଦ୍ ପଡିନି ଶେଷ ଦିନ । ବଲାଙ୍ଗିରରେ ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି । କିନ୍ତୁ ଏହି ଖବରକୁ ସ୍ପଷ୍ଟ କରିନାହାଁନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି । ବଲାଙ୍ଗିରରେ ଦେଓଗାଁରେ ଅ।ଜି ପୁଣି ସାମାଜିକ ବିଜ୍ଞାନ ବିଷୟର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ପରୀକ୍ଷା ନସରୁଣୁ ମୋବାଇଲରୁ ମୋବାଇଲକୁ ଘୁରିବୁଲିଛି ପ୍ରଶ୍ନପତ୍ର । ପରୀକ୍ଷା ପ୍ରଶ୍ନପତ୍ର ଓ ଭାଇରାଲକୁ ମିଳାଇଲା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ବୋର୍ଡ଼ ସଭାପତି ପ୍ରତିକ୍ରିୟା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here