ଜାପାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଟୋକିଓରେ ପହଁଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଗସ୍ତବେଳେ କ୍ୱାଡ ବୈଠକରେ ସାମିଲ ହେବା ସହ ମୋଦି ଅନ୍ୟ କାର୍ଯ୍ୟକ୍ରମରେ ସାମିଲ ହେବେ । ଆଜି ଜାପାନରେ ବିଜିନେସ ଲିଡର ଓ ଭାରତୀୟ ସମୁଦାୟଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି କ୍ୱାଡ ବୈଠକ ହେବ । ଏଥିରେ ଭାରତ ସହ ଆମେରିକା , ଜାପାନ ଏବଂ ଅଷ୍ଟ୍ରେଲିଆର ନେତା ସାମିଲ ହେବେ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏହି ବୈଠକରେ ସାମିଲ ହେବେ । ସେହିପରି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ , ଜାପାନ ପ୍ରଧାନମନ୍ତ୍ରୀ ଯୋଗଦେବେ । ଏହି ୪ ରାଷ୍ଟ୍ରଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ବଢାଇବା ନେଇ ଏଥିରେ ଆଲୋଚନା ହେବ । ନିବେଶ ସାମରିକ ସହଯୋଗ ପ୍ରସଙ୍ଗ ସହ ୟୁକ୍ରେନ-ରୁଷ ଯୁଦ୍ଧ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି । କ୍ୱାଡର ସଦସ୍ୟ ଥିବା ଅନ୍ୟ ୩ ରାଷ୍ଟ୍ର ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଖୋଲାଖୋଲି ଭାବେ ରୁଷ ଏବଂ ପୁଟିନଙ୍କୁ ନିନ୍ଦା କରି ଆସୁଥିବାବେଳେ ଭାରତ ଏପରି କିଛି କରିନାହିଁ । ବଂର ଆଲୋଚନା ଏବଂ କୁଟନୀତି ମାଧ୍ୟମରେ ବିବାଦର ସମାଧନ ଏବଂ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଦାବୀ କରି ଆସୁଛି ଭାରତ ।

LEAVE A REPLY

Please enter your comment!
Please enter your name here