ବିଜେପିକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଖୋଲା ଚ୍ୟାଲେଞ୍ଜ । ଦମ୍ ଅଛି ତ, ଦିଲ୍ଲୀ ମହାନଗର ନିଗମ ନିର୍ବାଚନ ଜିତିକି ଦେଖାଅ । ଦିଲ୍ଲୀ ମହାନଗର ନିର୍ବାଚନ ଯଦି ବିଜେପି ଜିତିଯାଏ, ତେବେ ମୁଁ ରାଜନୀତି ଛାଡିଦେବି ବୋଲି କହିଛନ୍ତି କେଜ୍ରିଓ୍ୱାଲ । ସବୁବେଳେ ନିଜକୁ ବଡ ରାଜନୈତିକ ଦଳ ବୋଲି କହିଆସୁଥିବା ବିଜେପି ଦିଲ୍ଲୀର ଏକ ଛୋଟ ପାର୍ଟି ନିକଟରେ ଡରିଯାଏ ବୋଲି କେଜ୍ରିଓ୍ୱାଲ କଟାକ୍ଷ କରିଛନ୍ତି । ପଞ୍ଜାବ ନିର୍ବାଚନ ଜିତିବା ପରେ ଆମ୍ ଆଦମୀ ପାର୍ଟି ଏବେ ଅନ୍ୟ ରାଜ୍ୟରେ ନିଜ ଦଳର ପ୍ରଭାବ ବିସ୍ତାର କରିବା ପାଇଁ ଯୋଜନା କରୁଛି । ତେବେ ତା ପୂର୍ବରୁ ଆଗକୁ ଆସୁଥିବା ଦିଲ୍ଲୀ ମହାନଗର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆପ୍ ।

LEAVE A REPLY

Please enter your comment!
Please enter your name here