ମଧ୍ୟାନ ଭୋଜନ ଖାଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଟେମ୍ପୋରାରୀ କଲୋନୀରେ ଥିବା ପ୍ରାଇମେରି ପ୍ରାଥମିକ ଆବାସିକ ବିଦ୍ୟାଳୟରେ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି । ମଧ୍ୟାନ ଭୋଜନରେ ସେମାନେ ଭାତ,ଡାଲି ଓ ଭଜା ଖାଇଥିବା ଜଣାପଡିଛି । ଅପରାହ୍ନ ୪ଟା ସମୟ ପରେ ଛାତ୍ରୀଙ୍କ ପେଟ ବଥା ଆରମ୍ଭ ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ପ୍ରଧାନ ଶିକ୍ଷକ ଅସୁସ୍ଥ ଛାତ୍ରୀଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରାଇଥିଲେ । ଏହି ବାବଦରେ ସେ ଚିତ୍ରକୋଣ୍ଡା ମେଡିକାଲ ଅଫିସରଙ୍କୁ ଯୋଗାଯୋଗ କରିଥିଲେ । ସେ ରକ୍ତ ପରିକ୍ଷା ପରେ ସ୍ପଷ୍ଟ କହି ପାରିବେ ବୋଲି ମତ ଦେଇଛନ୍ତି । ହେଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ମଧ୍ୟାନ ଭୋଜନ ୧୫୦ ଜଣ ଛାତ୍ରଛାତ୍ରୀ ଖାଇଥିଲେ,ହେଲେ କେବଳ ୩୩ ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here