ଦେବଗଡ: ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଳିତ ବର୍ଷ ନିୟମିତ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ କଂଗ୍ରେସର ଏକ ପ୍ରତିନିଧି ଦଳ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱଳଙ୍କ ସହିତ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା ତିଲେଇବଣୀ ଅଞ୍ଚଳରେ ଚାଷ ଜମି ବୁଲି ଅନୁଧ୍ୟାନ କରିଛନ୍ତି । ସରକାର ଉକ୍ତ ଅଞ୍ଚଳକୁ ମରୁଡି ଅଞ୍ଚଳ ଘୋଷଣା କରିବାକୁ ଦାବି କରିଛନ୍ତି ।

ଚଳିତବର୍ଷ କିଛି ଜିଲ୍ଲାକୁ ଛାଡ଼ି ସାରା ରାଜ୍ୟରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ଚାଷୀମାନେ ଚାଷ କାର୍ଯ୍ୟ ପାଇଁ ଆବଶ୍ୟକ ପାଣି ଅଭାବ ଯୋଗୁଁ ଚୁପ ହୋଇ ବସିଛନ୍ତି । ଏଭଳି ସ୍ଥିତିରେ ଦେବଗଡ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ପାଣି ଅଭାବ ଯୋଗୁଁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ପାଣି ଅଭାବ ଯୋଗୁଁ ଚାଷ ଜମି ଫାଟି ଆଁ କରିଲାଣି । ଏନେଇ ଦେବଗଡ଼ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁଙ୍କ ନେତ୍ନତରେ ଏକ ପ୍ରତିନିଧି ଦଳ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ବୁଲି ଚାଷ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଭଳି ସ୍ଥିତିରେ ସରକାର ବେଳ ଥାଉଁ ଥାଉଁ ପରିସ୍ଥିତିର ସମୀକ୍ଷା କରି ସମ୍ଭାବ୍ୟ ମରୁଡି ପରିସ୍ଥିତି ମୁକାବିଲା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଦେବଗଡ଼ ଜିଲ୍ଲା କଂଗ୍ରେସ ଦାବି କରିଛି ।

ଶିଳ୍ପ ବିହୀନ ଦେବଗଡ ଜିଲ୍ଲାର ଅଧିକାଂଶ ଅଧିବାସୀ ପେଟ ପାଟଣା ପାଇଁ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷ ପାଇଁ ଚାଷୀମାନେ ବର୍ଷା ଜଳ ଉପରେ ନିର୍ଭର କରୁଥିବା ବେଳେ ଚଳିତ ବର୍ଷ ବର୍ଷା ଅଭାବରୁ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ଗୋହିରା ନଦୀ ଉପରେ ନିର୍ମିତ ଡ୍ୟାମରେ ଚଳିତ ବର୍ଷ ପାଣିର ଅଭାବ ଦେଖାଦେଇଛି । ଡ୍ୟାମରେ ପାଣି ନଥିବା ବେଳେ ଏହାର ମୁଖ୍ୟ କେନାଲ ଗୁଡିକ ଶୁଖିଲା ପଡିଛି । କଂଗ୍ରେସର ପ୍ରତିନିଧି ଦଳ ଶୁଖିଲା ପଡିଥିବା ଚାଷ ଜମି ବୁଲି ଦେଖିବା ସହ ଗୋହିରା ନଦୀ ବନ୍ଧ ପରିଦର୍ଶନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here