ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଭଣ୍ଡିମାଲ କାଜୁ ଜଙ୍ଗଲ ଭିତରେ ଏକ କୁକୁଡା ଗାଲି ଚାଲିଥିଲା. ଦି ପଇସା ରୋଜଗାର କରିବା ପାଇଁ ସେଠାରେ କିଛି ବ୍ୟବସାୟୀ ପସରା ମେଲାଇ ବସିଥିଲେ. ସେମାନଙ୍କ ମଧ୍ୟରୁ କାର୍ତ୍ତିକ ଗୌଡ ନାମକ ଜଣେ ବ୍ୟବସାୟୀ ପରିବା ବିକ୍ରି କରୁଥିଲେ. ମାତ୍ର ପୋଲିସ କୁକୁଡାଗାଲି ଉପରେ ଚଢଉ କରିବା ସମୟରେ ସେଠାରେ ଥିବା ପରିବା ବ୍ୟବସାୟୀଙ୍କୁ ମଧ୍ୟ ଠେଙ୍ଗାରେ ମାଡ ମାରିଥିବା ଅଭିଯୋଗ ହୋଇଛି. ପୋଲିସ ମାଡରେ ପରିବା ବ୍ୟବସାୟୀ କାର୍ତ୍ତିକଙ୍କ ଗୋଡ ଭାଙ୍ଗିଯାଇଛି. ପୋଲିସ ଆକ୍ରମଣର ପ୍ରତିବାଦରେ କାର୍ତ୍ତିକଙ୍କ ପରିବାର ଓ ଗ୍ରାମବାସୀ ନବରଙ୍ଗପୁର ଅତିରିକ୍ତ ଏସପି ଶାନ୍ତନୁ ମହାନ୍ତିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି.

 

 

 

 

 

 

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here