ପୁରୀ : ପୁରୀ ରଘୁରାଜପୁରର ଯୁବ ପର୍ବାତାରୋହୀ ଚିନ୍ମୟ ମହାରଣା ସାଉଥ୍ ଆଫ୍ରିକାର କିଲିମାଞାର ପର୍ବତ ଶୃଗଂ ଆରୋହଣ ଲକ୍ଷ୍ୟରେ ଯାତ୍ରା ଆରମ୍ଭ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସମର୍ଥ ବର୍ମା ଚିନ୍ମୟଙ୍କୁ ପୁଷ୍ପଗୁଛ ଉତ୍ତରୀୟ ପ୍ରଦାନ କରିଥିଲେ । ଚିନ୍ମୟ ଚଳିତ ମାସ ୫ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସାଉଥ୍ ଆଫ୍ରିକାର କିଲିମାଞାର ଶୃଗଂର ୧୯,୩୪୧ ଫୁଟ ଆରୋହଣ କରିବା ସହ ପର୍ବତ ଶିଖରରେ ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ପଟ୍ଟଚିତ୍ର ଓ ଜାତୀୟ ପତାକାକୁ ସ୍ଥାନିତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସାଉଥ୍ ଆଫ୍ରିକାର ଟୁର୍ ଆଣ୍ଡ ସଫାରୀ ପକ୍ଷରୁ ତାଙ୍କୁ ଅନୁମତି ପତ୍ର ମଧ୍ୟ ପ୍ରାପ୍ତ ହୋଇଛି । ଏହି କାର୍ଯ୍ୟ ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଖଣି ନିଗମ ପକ୍ଷରୁ ତାଙ୍କୁ ସହଯୋଗ ପ୍ରଦାନ କରାଯାଇଛି । ସେହିପରି ଖେଲୋ ଇଣ୍ଡିଆ ପାଇଁ ଜିଲ୍ଲାରୁ ୧୮ ବର୍ଷରୁ କମ୍ ବର୍ଗରେ ସୌମ୍ୟରଞ୍ଜନ ଦାଶ ଓ ସତ୍ୟ ନାରାୟଣ ବେହେରା ହରିୟଣାର ପଚଂକୁଲାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଥିବାରୁ ଜିଲ୍ଲାପାଳ ପୁଷ୍ପଗୁଛ ଦେଇ ସେମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ଆନ୍ତର୍ଜାତୀୟ ପର୍ବତାରୋହୀ ଗଣେଷ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ । ପୂର୍ବରୁ ଶ୍ରୀ ମହାରଣା ପର୍ବତାରୋହଣ କୋର୍ସ୍ କରିବା ପରେ ହିମାଚଳ ପ୍ରଦେଶର ସେତଧାରା, ମନାଲିର ଲାମ୍ବାଡୁଗ, ରାଣିସୁଇ, ଲାଦାଖର ଷ୍ଟକ୍ କାଂଗ୍ରି, ହିମାଳୟ କିକିମର ପାଲୁଗଂ-୨ ଓ ୟୁନମ, ଉତ୍ତର କାଶୀ ର ଦରୱା ଓ ରୁଡୁ ଗଇରା ଶିଖରକୁ ସଫଳତାର ସହ ଅତିକ୍ରମ କରିଥିଲେ।

LEAVE A REPLY

Please enter your comment!
Please enter your name here