ମା କୋଳରୁ ଭାସିଗଲା 22 ମାସର ଶିଶୁକନ୍ୟା । ଏଭଳି ଅଘଟଣ ଘଟିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗୌଡ଼ପୁଟ ଗାଁରେ ।

ଗୌଡପୁଟ ଗାଁ ଜଗନ୍ନାଥ ସାହିର ଶାନ୍ତିଲତା ବାରିକ ନିଜ 22 ମାସର ଝିଅକୁ ଧରି ଆଜି ସକାଳେ ଗାଧେଇବାକୁ ଦୁଆଣ୍ଟ ନଦୀକୁ ଯାଇଥିଲେ । ନଦୀରେ ଗାଧଉଥିବା ବେଳେ ହଠାତ ତାଙ୍କ କୋଳରୁ ଛୋଟ ଝିଅଟି ପାଣି ସୁଅରେ ଭାସି ଯାଇଥିଲା । ଝିଅ ଭାସି ଯାଉଥିବା ଦେଖି ଶାନ୍ତିଲତା ପାଟି କରି ଡାକିଥିଲେ ହେଁ ଛୁଆଟିକୁ ଉଦ୍ଧାର କରାଯାଇପାରି ନ ଥିଲା । ସ୍ଥାନୀୟ ଲୋକେ ବହୁସମୟ ଖୋଜାଖୋଜି କରିବା ପରେ ନିକଟରେ ଏକ ପୋଲ ତଳେ ଶିଶୁଟି ଲାଗିଥିଲା । ଲୋକେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଓଡଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ସେତେବେଳକୁ ଶିଶୁକନ୍ୟାଟି ଆଖି ବୁଜି ଦେଇଥିଲା ।

ଶିଶୁକନ୍ୟାର ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।

LEAVE A REPLY

Please enter your comment!
Please enter your name here