ଗତ ରବିବାର ଦିନ କାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପୂର୍ବତନ ଟାଟା ସନ୍ସ ଚେୟାରମ୍ୟାନ ସାଇରସ ମିସ୍ତ୍ରୀ ବେଲ୍ଟ ପିନ୍ଧି ନ ଥିଲେ । ଦୁର୍ଘଟଣାର କାରଣ ସଂପର୍କରେ ଅନୁସନ୍ଧାନ କରୁଥିବା ପୋଲିସ ଏହି ସୂଚନା ଦେଇଛି । କାରର ପଛସିଟରେ ବସିଥିବା ସାଇରସ ମିସ୍ତ୍ରି ବେଲଟ ପିନ୍ଧି ନ ଥିବା କାରଣରୁ ଦୁର୍ଘଟଣା ସମୟରେ ଏୟାରବ୍ୟାଗ ମଧ୍ୟ ଖୋଲି ନ ଥିଲା ।

ଗତ ରବିବାର ରାତିରେ ମର୍ସିଡିଜ୍ କାରରେ ଗୁଜରାଟର ଉଦଓ୍ବାଡାରୁ ମୁମ୍ବାଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଦୁର୍ଘଟଣାସ୍ଥଳରେ ଥିବା ସିସିଟିଭି ଯାଞ୍ଚ କରିଛି । କାରରେ ସାଇରସଙ୍କ ସହ ଜେହାଙ୍ଗିର ପାଣ୍ଡୋଲ, ଅନହିତା ପାଣ୍ଡୋଲ ଓ ଡାରିଅସ ପାଣ୍ଡୋଲ ଥିଲେ । ଅନହିତା ପାଣ୍ଡୋଲ ଡ୍ରାଇଭିଂ କରୁଥିଲେ ଏବଂ କାର୍ ଅତି ଦ୍ରୁତଗତିରେ ଯାଉଥିବା ବେଳେ ଏକ କାରକୁ ଓଭରଟେକ୍ କରୁଥିବା ବେଳେ ଡିଭାଇଡର ସହ ଧକ୍କା ହୋଇଥିଲା । କାରର ପଛସିଟରେ ବସିଥିବା ଜେହାଙ୍ଗୀର ପାଣ୍ଡୋଲ ଓ ସାଇରସ ମିସ୍ତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here