ଧାମରାସ୍ଥିତ ଅବଦୁଲ କଲାମ ଦ୍ୱୀପର 4 ନମ୍ବର କେନ୍ଦ୍ରରୁ ଅଗ୍ନି-4 ର ସଫଳ ଉତକ୍ଷେପଣ କରି ଆଉ ଏକ ଇତିହାସ ରଚିଛି ଇସ୍ରୋ. ରବିବାର ସକାଳ 8.30 ମିନିଟରେ ଏହାକୁ ମହାକାଶକୁ ଉତକ୍ଷେପଣ କରାଯାଇଛି. 20 ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରର ଓଜନ 12 ଟନ ରହିଛି. ଅନ୍ୟପଟେ 4 ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କରିବାର କ୍ଷମତା ମଧ୍ୟ ରହିଛି ଅଗ୍ନି-4 କ୍ଷେପଣାସ୍ତ୍ରର. ତେବେ ଏହା ପାରମାଣବିକ ଅସ୍ତ୍ର ପରିବହନ କରିପାରିବାର କ୍ଷମତା ବହନ କରିପାରୁଥିବାରୁ ଏହା ପାକିସ୍ତାନ ଓ ଚୀନର ବିଭିନ୍ନ ଅଞ୍ଚଳକୁ ଲକ୍ଷଭେଦ କରିପାରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି.

 

LEAVE A REPLY

Please enter your comment!
Please enter your name here