ମା ସମଲେଇ ମନିର ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦୁଇଶହ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରାଯାଇଛି । “ସମଲେଇ ଯୋଜନା” ନାଁରେ ଏହି ପ୍ୟାକେଜରେ ମନ୍ଦିରର ଚାରିପାଖରେ ଚାରୋଟି ଐତିହ୍ୟ ଦ୍ବାର ନିର୍ମାଣ କରାଯିବାକୁ ପ୍ରସ୍ତାବ ରଖାଯାଇଛି । ପୂର୍ବ ଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନୋଟି ଦ୍ବାର ଭକ୍ତମାନେ ବାହାରକୁ ଆସିପାରିବେ । ମୁଖ୍ୟଦ୍ବାର ପାଖରେ ମନ୍ଦିର କାର୍ଯ୍ୟାଳୟ, ସହାୟତା କେନ୍ଦ୍ର ରହିବ । ସେହିପରି ମନ୍ଦିର ଚତୁଃପାର୍ଶ୍ବରେ ଭକ୍ତମାନଙ୍କ ପରିକ୍ରମା ପାଇଁ ଏକ କିଲୋମିଟର ବ୍ୟାପୀ ପାଦଚଳା ରାସ୍ତା ନିର୍ମାଣ କରାଯିବ । ମନ୍ଦିର ପାଖରେ ରହୁଥିବା ସେବାୟତଙ୍କ ପାଇଁ ବାସଗୃହ ପ୍ରକଳ୍ପ ନିର୍ମାଣ କରାଯିବ ଏବଂ ମନ୍ଦିର ପାଖରେ ସୂଚନା କେନ୍ଦ୍ର, ଭେଣ୍ଡିଂଜୋନ, ଶୌଚାଳୟ ପ୍ରଭୃତି ରହିବ । ମନ୍ଦିର ଓ ମହାନଦୀକୁ ସଂଯୋଗ କରୁଥିବା ରାସ୍ତାର ବିକାଶ ମଧ୍ୟ କରାଯିବ । ମହାନଦୀ ଆଳତୀ ବ୍ୟବସ୍ଥା କରାଯିବ । ସୁଦୃଶ୍ୟ ସ୍ବାଗତ ତୋରଣ, ପରିକ୍ରମା, ମହାନଦୀ ଆଳତୀ ଭକ୍ତମାନଙ୍କୁ ଅନନ୍ୟ ଅନୁଭୂତି ଆଣିଦେବ । ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । 2021-22 ଆର୍ଥିକ ବର୍ଷରେ ଏହି ଟଙ୍କା ଖର୍ଚ୍ଚ କରାଯାଇ 108 ଏକର ଜମିର ବିକାଶ କରାଯିବ । ମହାନଦୀ ରିଙ୍ଗରୋଡର ବିକାଶ, ବୃକ୍ଷରୋପଣ , ରେଲଓ୍ବେ ରାସ୍ତାର ପ୍ରଶସ୍ତିକରଣ ଭଳି ଅନେକ କାର୍ଯ୍ୟକ୍ରମ ଏହି ଯୋଜନା ମଧ୍ୟରେ ଅନ୍ତର୍ଭୁକ୍ତ ରହିଛି ।

LEAVE A REPLY

Please enter your comment!
Please enter your name here