ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ଗୋଟିଏ ଦିନରେ ଯାଇଛି ୧୩୧ ଜଣଙ୍କର ଜୀବନ । ଗତ ୨୪ ଘଣ୍ଟାରେ ୭୪୮୬ ନୂଆ ସଙ୍କ୍ରମଣ ସାମ୍ନାକୁ ଆସିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡକାଇଛନ୍ତି ସର୍ବଦଳୀୟ ବୈଠକ । କରୋନା ମୁକାବିଲା ନେଇ ଏହି ବୈଠକରେ ସରକାର କିଛି ଠୋସ କଟକଣା ଉପରେ ଆଲୋଚନା କରିପାରନ୍ତି । ତେବେ ଦିଲ୍ଲୀରେ କରୋନାରେ ଗୋଟିଏ ଦିନରେ ଯେତିକିଜଣଙ୍କର ମୃତ୍ୟୁ ହୋଇଛି ତାହା ସବୁ ପୁରୁଣା ରେକର୍ଡକୁ ଟପିଯାଇଛି । ଗତ ମଙ୍ଗଳବାର ଦିଲ୍ଲୀରେ ୬୩୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୯୯ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗତ ୧୨ତାରିଖରେ ୨୪ ଘଣ୍ଟାରେ ସର୍ବାଧିକ ୧୦୪ ଜଣ ଜୀବନ ଯାଇଥିଲା । ଦିଲ୍ଲୀରେ କରୋନାରେ ଏପର୍ଯ୍ୟନ୍ତ ୭୯୪୩ ଜଣଙ୍କର ଜୀବନ ଗଲାଣି । ଏବେ ଦିଲ୍ଲୀରେ ୪୨ ହଜାର ୪୫୮ ସକ୍ରୀୟ ସଙ୍କ୍ରମିତ ଅଛନ୍ତି । ଏମାନଙ୍କ ଭିତରୁ ୨୬ ହଜାର ରୋଗୀ ହୋମ ଆଇସୋଲେସନରେ ଅଛନ୍ତି । ଦିଲ୍ଲୀରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୩ ହଜାର ୮୪ରେ ପହଁଞ୍ଚିଛି । ଦିନକୁ ଦିନ ଦିଲ୍ଲୀରେ କରୋନାଜନିତ ମୃତ୍ୟୁସଂଖ୍ୟା ବଢିବା ଏବେ ଚିନ୍ତାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here