ଯେଉଁ ମାସରେ ସାରା ଭାରତରେ ଗରମ ଅନୁଭୂତ ହୁଏ, ସେହି ସମୟରେ ଏଭଳି ଏକ ଜାଗା ଅଛି, ଯେଉଁଠାରେ ପ୍ରବଳ ଥଣ୍ଡା ଅନୁଭୂତ ହୁଏ. ଯେତେବେଳେ ଗରମର ତାପମାତ୍ରା ସବୁଆଡେ ବଢିବଢି ଯାଏ, ସେହି ସମୟରେ ସେହି ଜାଗାରେ ଥଣ୍ଡାର ମାତ୍ରା ମଧ୍ୟ ବଡିବଢି ଚାଲେ. ଏପରି ଥଣ୍ଡା ବଢିବାର କାରଣ ଏସି କିମ୍ବା କୁଲର ନୁହେଁ. ତେବେ ଆସନ୍ତୁ ଜାଣିବା ସେହି ଜାଗା ସଂପର୍କରେ….

ରହସ୍ୟଭଳି ଲାଗୁଥିବା ଏହି ଜାଗା ଅନ୍ୟ କେଉଁ ଦେଶ ବିଦେଶର ନୁହେଁ  ବରଂ ଏହା ହେଉଛି ଓଡିଶାର ଟିଟଲାଗଡରେ ଥିବା ଏକ ଶିବ ମନ୍ଦିର. ଖରାଦିନେ ଟିଟଲାଗଡରେ ଗରମର ମାତ୍ରା ସବୁଠାରୁ ବେଶି ଥାଏ ବୋଲି ସମସ୍ତେ ଜାଣନ୍ତି ଆଉ ସେଠାରେ ଥିବା କୁମଡି ପାହାଡର ପଥର ଚଟାଣ ଯୋଗୁଁ ସେଠାରେ ବେଶି ଗରମ ଅନୁଭୂତ ହୁଏ. ତେବେ ଏତେ ଗରମ ପରେ ମଧ୍ୟ ସେହି ପାହାଡ ପାଖରେ ଏଭଳି ଏକ ଚମତ୍କାରୀ ଶିବ ମନ୍ଦିର ଅଛି ଯେଉଁଠି ଥଣ୍ଡା ପବନ ବହେ. ସେହି ଶିବ ମନ୍ଦିର ଏକ ଏଭଳି ମନ୍ଦିର ଯାହା ଭିତରକୁ ପ୍ରବେଶ କରିବା ମାତ୍ରେ କେବଳ ଥଣ୍ଡା ପବନ ଅନୁଭୂତ ହୁଏ. ବାହାର ଯେତିକି ଗରମ ଥାଏ ଭିତର ସେତିକି ଥଣ୍ଡା ଥାଏ. ତେବେ ଏହି ମନ୍ଦିରରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ମୂର୍ତ୍ତି ରହିଛି. କୁହାଯାଏ ଯେ, ଏହି ମୂର୍ତ୍ତିରୁ ହିଁ ଥଣ୍ଡା ପବନ ଆସିଥାଏ, ଯାହା ସେହି ପରିବେଶକୁ ଥଣ୍ଡା ରଖେ. କେବେକେବେ ମନ୍ଦିର ପୂଜକ ମଧ୍ୟ ଘୋଡିହୋଇ ପୂଜା କରନ୍ତି. ମନ୍ଦିର କବାଟ ବନ୍ଦ କରିଦେଲେ ଭିତରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୁଏ. ଆଉ ବାହାରକୁ ଗଲେ ଏତେ ଗରମ ହୁଏ ଯେ 1 ମିନିଟ୍ ରେ ମଧ୍ୟ ଦେହରୁ ଝାଳ ବାହାରି ପଡେ. ଆଜି ପର୍ଯ୍ୟନ୍ତ ମଧ୍ୟ ଏହାର ରହସ୍ୟ ଜଣାପଡିପାରିନାହିଁ.

LEAVE A REPLY

Please enter your comment!
Please enter your name here