ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ଟିକଟରେ ପୁଣେରୁ ନିର୍ବାଚନ ଲଢିବା ନେଇ ତାଙ୍କ ସମ୍ପର୍କରେ ପ୍ରକାଶିତ ରିପୋର୍ଟକୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଖଣ୍ଡନ କରିଛନ୍ତି । ଶନିବାର ମାଧୁରୀ କହିଛନ୍ତି ଯେ, ନିର୍ବାଚନ ଲଢିବା ନେଇ ତାଙ୍କର କୌଣସି ଯୋଜନା ନାହିଁ । ଏବେ ସେ ଅଭିନୟ ଉପରେ ଫୋକସ ଦେଉଛନ୍ତି । ନିକଟରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା ଯେ , ମାଧୁରୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ବିଜେପି ତାଙ୍କୁ ମହାରାଷ୍ଟ୍ରର ପୁଣେରୁ ପ୍ରାର୍ଥୀ କରିବାକୁ ସ୍ଥିର କରିଥିବା ଦଳର ଜଣେ ବରିଷ୍ଠ ନେତା କହିଥିଲେ ।

LEAVE A REPLY

Please enter your comment!
Please enter your name here