ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନର୍ସଙ୍କ ଟିକ୍ ଟକ୍ ଭାଇରାଲ ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସିଡିଏମଓ ଅଜିତ କୁମାର ମହାନ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏଣିକି ଡାକ୍ତରଖାନାର ଆଇସିୟୁ , ଏସଏନସିୟୁ ଓ ଲେବର ରୁମ ଭଳି ସ୍ଥାନକୁ ମୋବାଇଲ ନେବାକୁ ମନା କରାଯାଇଛି । ପୂର୍ବରୁ ମାଲକାନଗିରି ଚିକିତ୍ସାଳୟ ପରିସର ମଧ୍ୟରେ ଏସଏନସିୟୁ ନର୍ସମାନେ ଟିକଟକ ଭିଡ଼ିଓ କରି ମଜା ନେଉଥିବା ଘଟଣା ଭାଇରାଲ ପରେ ସମ୍ପୃକ୍ତ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଥିଲା । ଚିକିତ୍ସାଧିନ ଥିବା ପିଲାଙ୍କୁ ମଧ୍ୟ ସେମାନେ ବେଡ଼ରୁ ଟେକି ନେଇ ଭିଡ଼ିଓ କରିଥିଲେ ।

LEAVE A REPLY

Please enter your comment!
Please enter your name here