ମୋବାଇଲ ବ୍ୟାଟେରୀ ଫାଟି ତିନି ଜଣ ବାଳକ ଗୁରୁତର । ସୁବର୍ଣ୍ଣପୁର ବିନିକାରେ ଏହି ଅଭାବନୀୟ ଘଟଣା ଘଟିଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସୋମବାର ଡୁଙ୍ଗୁରିପାଲି ଅନ୍ତର୍ଗତ ଅଡାକଷା ଗ୍ରାମର ତିନି ଜଣ ବାଳକ ଏକ ମୋବାଇଲରେ ଖେଳୁଥିଲେ । ଏହି ସମୟରେ ମୋବାଇଲ ବ୍ୟାଟେରୀ ଫାଟିଯିବାରୁ ପିଲାମାନେ ଗୁରୁତର ହୋଇପଡ଼ିଥିଲେ । ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here