ଆଉ ଦିନକ ପରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ଏନେଇ ବିଜେପି ପାଇଁ ଜୋରସୋରରେ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ସ୍ୱତନ୍ତ୍ର ବିମାନ ଯୋଗେ ସମ୍ବଲପୁର ରେମେଡ୍ ପଡିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେଇଥିଲେ । ପ୍ରଥମେ ଜୟଜଗନ୍ନାଥରୁ ମୋଦି ଭାଷଣ ଆରମ୍ଭ କରି ମୁଇ ଚୌକିଦାର ଜୁହାର କରୁଛେ କହି ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ଏହାପରେ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଥିଲେ ମୋଦି । ପ୍ରଥମ ପର୍ଯ୍ୟାୟ ଭୋଟିଂରେ ଓଡିଶାରୁ ସଙ୍କେତ ଆସିଛି କି ଦିଲ୍ଲୀରେ ପୁଣି ଥରେ ମୋଦୀ ସରକାର ଏବଂ ଓଡିଶାରେ ବିଜେପି ସରକାର ବୋଲି ମୋଦି କହିଛନ୍ତି। ଆମଦେଶରେ ପ୍ରାକୃତିକ ସମ୍ପତିର ଅଭାବ ନାହିଁ । ଏହାକୁ ସୁଧୃଢ କରିବାରେ ଓଡିଶା ମୁଖ୍ୟ , କିନ୍ତୁ କୈାଣସି ଉନ୍ନତି କାର୍ଯ୍ୟ କରିବା ପାଇଁ ବାଧକ ସାଜୁଛନ୍ତି ରାଜ୍ୟ ସରକାର । ଦିଲ୍ଲୀରୁ ଆସୁଥିବା ଟଙ୍କା ଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିଲା, ଦିଲ୍ଲିରୁ ୧ଟଙ୍କା ଆସିଲେ ୮୫ ପଇସା ଦଲାଲ ମାରିନେଲେ , ତେବେ ବିକାଶ ହେବ କେଉଁଠୁ । ଏଥିପାଇଁ ଓଡିଶାରେ ଆପଣମାନେ ୨୦ବର୍ଷ ଆଖିବୁଝି ବିଶ୍ୱାସ କରିଥିଲେ କିନ୍ତୁ ଏଥର ଓଡିଶା ପରିବର୍ତ୍ତନ ପାଇଁ ମନସ୍ଥ କରିସାରିଛି । ଓଡିଶାର ବିକାଶ ନିଶ୍ଚିତ ହେବ କହି ନିଜର ଅଭିଭାଷଣ ଶେଷ କରିଥିଲେ ମୋଦି ।

LEAVE A REPLY

Please enter your comment!
Please enter your name here