2019 ମାର୍ଚ୍ଚ ମାସରେ ହେବାକୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି. ତେବେ ଏହି ବିଜ୍ଞପ୍ତିରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ଅଧ୍ୟୟନ କରୁଥିବା ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ନିମନ୍ତେ  ତାରିଖ  ଧାର୍ଯ୍ୟ କରାଯାଇଥିବା ଉଲ୍ଲେଖ ରହିଛି. ଏଥିରେ ଉଲ୍ଲେଖ ରହିଛି ଯେ, ଯେଉଁମାନେ 29.10.2018 ରୁ 3.11.2018 ଭିତରେ ଫର୍ମ ପୂରଣ କରିବେ ସେମାନଙ୍କୁ ଜୋରିମାନା ଦେବାକୁ ପଡିବ ନାହିଁ. ଅନ୍ୟପଟେ ଯେଉଁମାନେ 5.11.208ରୁ 10.11.2018 ଭିତରେ ଫର୍ମ ପୂରଣ କରିବେ ସେମାନଙ୍କୁ 50 ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ ବୋଲି ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି. ଏହାପରେ ଯେଉଁମାନେ 12.11.2018ରୁ 14.11.2018 ଭିତରେ ଫର୍ମ ପୂରଣ କରିବେ ସେମାନଙ୍କୁ 350 ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିବ.

 

LEAVE A REPLY

Please enter your comment!
Please enter your name here